ଯାହାକୁ ନେଇ ଶୁକୁରାଙ୍କ ସହ ପୋଲିସ କର୍ମଚାରୀ ବାପି ସିଂ ଙ୍କ ଝଗଡ଼ା ହୋଇଥିଲା । ପରେ ଶୁକୁରାଙ୍କୁ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରିଥିଲେ ବାପି ସିଂ । ବାପି ସିଂ କଟକ ଓଏସପିରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି। ହତ୍ୟାକାଣ୍ଡ ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l
ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ପାଣିକୋଇଲି ଥାନା ଅଳତିରି ଗାଁରେ ହତ୍ୟାକାଣ୍ଡ । ପୋଲିସ ମାଡ଼ରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଅଳତିରି ଗାଁର ଶୁକୁରା ମୁଣ୍ଡା ବୋଲି ଜଣାପଡ଼ିଛି । ମୃତକଙ୍କ ପୁତୁରା ପୋଲିସ ର୍କମଚାରୀଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । କିନ୍ତୁ ଦରମା ଦେବାରେ ଅବହେଳା ପାଇଁ ଟ୍ରାକ୍ଟର ଚଲାଇବାକୁ ମନା କରି ଦେଇଥିଲେ ଶୁକୁରାଙ୍କ ପୁତୁରା ।
Download Argus News App
