ଅଧିକ ପଢନ୍ତୁ : ପୋଲିସ ଉପସ୍ଥିତିରେ ଆକ୍ରମଣ, ପୋଲିସ ଚୁପ୍
୨୦୨୧ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ସେତେବେଳେର ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଲାଗିଥିଲା ଦଫା ୩୦୨ । କିନ୍ତୁ ପୋଲିସ ଚାର୍ଜସିଟରୁ କାଟିଦେଇଥିଲା ବିଜେଡିର ପାୱାରଫୁଲ୍ ବିଧାୟକ ପ୍ରତାପ ଜେନାଙ୍କ ନାଁ । ଏହା ବିରୋଧରେ କୁଳମଣି ବରାଳଙ୍କ ପରିବାର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହା ଭିତରେ ମାହାଙ୍ଗା ଡବଲ ମର୍ଡରର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ୍ କାବୁଆର ସନ୍ଦେହ ଜନକ ମୃତ୍ୟୁ ହୋଇଥିା ।
ପ୍ରତାପ ଜେନାଙ୍କ ପରିବାରର ମାଲିକାନାରେ ଥିବା ଷ୍ଟକୟାର୍ଡ ନିକଟରୁ ମିଳିଥିଲା ପ୍ରଫୁଲ୍ଲର ମୃତଦେହ । ମୃତ୍ୟୁ ପୂର୍ବରୁ କାବୁଆ ପ୍ରତାପ ଜେନା ଓ ତାଙ୍କ ଖାସ୍ ଲୋକଙ୍କୁ କଲ୍ କରିଥିବା ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗ ହୋଇଥିଲା କାବୁଆକୁ ପ୍ରମାଣ ନଷ୍ଟ ପାଇଁ ହତ୍ୟା କରାଯାଇଛି । ତା ସତ୍ତ୍ବେ ପୋଲିସ ଏହି ଦିଗଗୁଡ଼ିକ ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଥିଲା । ଯେତେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କଲେ ବି କୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରତାପଙ୍କ ଅସଲ ଚେହେରା ସାମ୍ନାକୁ ଆସିଯାଇଛି। ଏବେ ପ୍ରଶ୍ନ ଉଠୁଛି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତାପଙ୍କୁ ବି ଜନବିରୋଧୀ ଆଖ୍ୟା ଦେଇ ଦଳରୁ ବହିଃସ୍କାର କରିବେ କି ବିଜେଡି ମୁଖିଆ ?