ଆନନ୍ଦ ଶର୍ମା ପୂର୍ବରୁ ସରସ୍ୱତୀ ସରକାର ନାମକ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି। ତିନିବର୍ଷ ହେଲା ସରସ୍ବତୀଙ୍କ ସ୍ୱାମୀ ଆନନ୍ଦ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଆହୁରି ଯୌତୁକ ଦାବି କରୁଥିଲେ।
ଶେଷରେ ଶୁକ୍ରବାର ଦିନ ହନୁମାନ ବାଟିକାରେ ଅନ୍ୟ ଜଣେ ମହିଳାଙ୍କୁ ଆନନ୍ଦ ବିବାହ କରୁଥିବା ଖବରପାଇ ସରସ୍ୱତୀ ଉଦିତନଗର ଥାନାରେ ଏତେଲା ଦେଇଥିଲେ। ପରେ ପୋଲିସ ଆନନ୍ଦଙ୍କୁ ବାହା ବେଦୀରୁ ଉଠାଇନେଇଥିବା ଜଣାପଡିଛି।