ତେବେ ପୂର୍ବରୁ ବିଦେଶୀ ମାନଙ୍କ ସହ ଈଶ୍ୱର ବେହେରାର ଯେଉଁଭଳି ସମ୍ପର୍କ ରହିଥିଲା ସେହିଭଳି ଏହି ୩ଜଣଙ୍କର ସମ୍ପର୍କ ଥାଇପାରେ ବୋଲି ଆଲୋଚନା ହେଉଛି। ତେବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ସୂଚନା ମୁତାବକ ଚାନ୍ଦିପୁର ପରୀକ୍ଷଣ କ୍ଷେପଣାସ୍ତ୍ର ଘାଟିରୁ ୩ଜଣ ବ୍ୟକ୍ତି ଗୁପ୍ତ ତଥ୍ୟ ଦେଉଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରାଜ୍ୟ ଗୁଇନ୍ଦା ବିଭାଗକୁ କହିବାପରେ ବାଲେଶ୍ୱର ପୋଲିସ ଓ ରାଜ୍ୟ ଗୁଇନ୍ଦା ବିଭାଗ ମିଳିତ ଭାବେ ୩ଜଣଙ୍କୁ ଅଟକ ରଖି ଏକ ଅଜଣା ସ୍ଥାନରେ ପଚରା ଉଚରା କରାଯାଉଥିବା ଜଣାପଡିଛି।