
ସୁବର୍ଣ୍ଣପୁର: ସ୍କର୍ପିଓ ଗାଡିରୁ ବିପୁଳ ପରିମାଣରେ ଟଙ୍କା ଜବତ । ନୋଟ ଗଣିବାରେ ବ୍ୟସ୍ତ ପୋଲିସ ଅଧିକାରୀ । ଗଣାଚାଲିଛି ବିଡାବିଡା ନୋଟ ବଣ୍ଡଲ । ଏହି ନୋଟ ବଣ୍ଡଲ ସବୁ ଏକ ସ୍କର୍ପିଓ ଗାଡିରେ ଚାଲଣ ହେଉଥିଲା । ସୁବର୍ଣ୍ଣପୁର-ରାମପୁରରାସ୍ତାରେ ପୋଲିସ ଏହାକୁ ଜବତ କରିଛି । ସୁବର୍ଣ୍ଣପୁର ବିନିକା ଥାନା ପୋଲିସ ସୁବର୍ଣ୍ଣପୁର-ରାମପୁର ରାସ୍ତାରେ ପେଟ୍ରୋଲିଂ କରୁଥିବାବେଳେ ଛତିଶଗଡ ନମ୍ବର ଥିବା ଏକ ସ୍କୋର୍ପିଓ ଗାଡିକୁ ଫଲୋ କରିଥିଲା । ପୋଲିସକୁ ଦେଖି ଗାଡିଟି ଦୃତ ଗତିରେ ଚାଲି ଯାଉଥିବା ବେଳେ ପୋଲିସ ସ୍କର୍ପିଓକୁ ପିଛା କରି କାବୁ କରିଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡିରେ ଥିବା ଲକ୍ଷାଧିକ ଟଙ୍କା ସହ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି ।
ତେବେ ଗାଡି କେଉଁଠାରୁ କେଉଁଠିକୁ ଯାଉଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଗାଡିରେ ଲାଗିଥିବା ନମ୍ୱର ଏକ ବେନାମି ନମ୍ବର ବୋଲି ଜଣାପଡିଛି । ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଗାଡିର ମଧ୍ୟରୁ ଏକ ଲକ୍ଷ ୫୭ ହଜାର ଟଙ୍କା ଜବତ ହୋଇଛି । ଗିରଫ ଜଣକ ହେଲେ ଛତିଶଗଡର ଦାଭାରା ଥାନା ଅନ୍ତର୍ଗତ ସପିଆ ଗାଁର ଲଳିତ ଗୋରେକ ।
