ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି, ତାହାକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଛି। ତେବେ ପର୍ବପର୍ବାଣି ପଡୁଥିବାବେଳେ ଲୋକମାନେ ଗାଇଡଲାଇନ ପାଳନ କରୁନାହାନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଷ ରହିଛି।
ସାବିତ୍ରୀ ବ୍ରତ ପାଇଁ ରାଜଧାନୀରେ ପୋଲିସର ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ସାବିତ୍ରୀ ବ୍ରତ ପାଇଁ ରାଜଧାନୀରେ ପୋଲିସର ସ୍ପେଶାଲ ଡ୍ରାଇଭ । ବଜାରକୁ ଗାଡି ନେଇ ଆସିବା ହେବ ମହଙ୍ଗା । ୧ ନଂ ମାର୍କେଟରେ କମିସନରେଟ୍ ପୋଲିସର ଯାଞ୍ଚ ଚାଲିଛି । ହାଟରେ ବୁଲି ବୁଲି ଲୋକଙ୍କୁ ବୁଝେଇବା ସହ ଆମାନିଆଙ୍କ ଠାରୁ ଫାଇନ କଟା ହୋଇଛି । ହାଟକୁ ଗାଡି ନେଇ ଆସିଥିବା ଅମାନିଆ ଲୋକଙ୍କ ଠାରୁ ଫାଇନ କାଟୁଛି ପୋଲିସ । ପ୍ରାୟ ୩୦ ଜଣ ଅମାନିଆଙ୍କ ପାଖରୁ ଫାଇନ ଆଦାୟ କରାଯାଇଥିବା ଜଣାପଡିଛି ।
Download Argus News App
