ଖୋର୍ଦ୍ଧା ଅବକାରୀ ବିଭାଗ ଏକ ଟିମ ଆଜି ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ବରପଦା ଜଙ୍ଗଲରେ ଚଢାଉ କରି ୬ହଜାର ୮ଶହ ଲିଟର ପୋଚ ନଷ୍ଟ କରିଥିବା ବେଳେ ୪୭୫ ଲିଟର ଦେଶୀ ରନ୍ଧା ମଦ ସହିତ ମଦ ରନ୍ଧା ସାମଗ୍ରୀ ଟିଣ, ଜାରକିନି, ଡ୍ରମ ,ପାଇପ ଆଦି ଜବତ କରିଛି। ଜବତ ସମସ୍ତ ସାମଗ୍ରୀ ମୂଲ୍ୟ ୪ଲକ୍ଷ ୧୧ହଜାର ୨୫୦ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି । ବେଗୁନିଆ ବ୍ଲକ ଅଞ୍ଚଳରେ ଦିନକୁ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ନୀରବଦ୍ରଷ୍ଟା ହୋଇ ଚୁପ ବସୁଥିବା ବେଳେ ଆଜି ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିଛି। ଅନ୍ୟପଟେ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ମଦ ମାଫିଆ ଓ ପ୍ରସ୍ତୁକାରୀ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ପୂର୍ବରୁ ଜୁଲାଇ ୪ତାରିଖରେ ଏହି ବରପଦା ଜଙ୍ଗଲରେ ଚଢ଼ାଉ କରି ୩୪୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୪୨ଶହ ଲିଟର ପୋଚ ନଷ୍ଟ କରିଥିଲା। ଆଜିର ଏହି ଚଢ଼ାଉ ଖୋର୍ଦ୍ଧା ଅବକାରୀ ମୋବାଇଲ ୟୁନିଟ ଅଧିକାରୀ ରାଜଶେଖର ସ୍ବାଇଁ, ଅବକାରୀ ଅଧିକାରୀ ଭୈରବ ସାହୁ, ୟୁନିଟ ଏସଆଇ ବି. ମନୋଜ କୁମାରଙ୍କ ସମେତ ଖୋର୍ଦ୍ଧା,ବେଗୁନିଆ ଅବକାରୀ ଏବଂ ମୋବାଇଲ ୟୁନିଟ କର୍ମଚାରୀ ସାମିଲ ହୋଇଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।