ଗାଁର ତରଣିସେନ ସାହୁଙ୍କ ଘରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳର କିଛି ବ୍ୟକ୍ତି ଆତ୍ମଗୋପନ କରିଥିବା ଖବର ପାଇ ବିଳମ୍ବିତ ରାତିରେ ପଲମ ଫାଣ୍ଡି ପୋଲିସ ଏବଂ ସଇଁତଳା ପୋଲିସ ମିଳିତ ଚଢାଉ କରିଥିଲେ । ତେବେ ତରଣିସେନ ଓ ତାଙ୍କ ମାଆ ଘରେ ଥିବାବେଳେ ପୋଲିସ ଅତର୍କିତ ଚଢାଉ କରିଥିଲା । ଏଥିରେ ଅସହଯୋଗ କରି ବିଳମ୍ବ କରିଥିବା ଯୋଗୁଁ ପୋଲିସ ସମ୍ମୁଖରେ ସେହି ଆତ୍ମଗୋପନ କରିଥିବା ବ୍ୟକ୍ତି ମାନେ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପୋଲିସ ଯୁବକ ତରଣିସେନକୁ ଘରୁ ଉଠାଇ ଆଣି ତଦନ୍ତ କରିଥିବା ପଲମ ଫାଣ୍ଡି ପୋଲିସ ସୂଚନା ଦେଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବିନା କାରଣରେ ଯୁବକକୁ ଘରୁ ଉଠାଇ ଆଣି ମାଡ ମାରିଲା ପୋଲିସ

କଳାହାଣ୍ଡି: ବିଳମ୍ବିତ ରାତିରେ ଜଣେ ଯୁବକକୁ ଘରୁ ଉଠାଇ ଆଣି ପ୍ରବଳ ମାଡ ମାରିଛି ପୋଲିସ । ପିଠି, ଜଙ୍ଘ, ହାତ ସମେତ ଦେହର ବିଭିନ୍ନ ସ୍ଥାନରେ ପୋଲିସ ଲାଠି ମାଡ଼ର ଚିହ୍ନ ରହିଛି । ଯୁବକଙ୍କ କହିବା କଥା, କେଉଁ କାରଣରୁ ରାତି ଅଧିଆ ପୋଲିସ ଉଠାଇ ଆଣି ତାଙ୍କୁ ନିର୍ଦ୍ଧୁମ ମାଡ ମାରିଲା ତାହା ସେ ଜାଣିନାହାନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଫାଣ୍ଡିର ଆଲିମ ଗାଁରେ ଘଟିଛି ଏ ଘଟଣା ।
Download Argus News App
