ମଲ୍ଟିଲେବଲ ପାର୍କିଂ ପାଇଁ ୩୦ଟି ସ୍ଥାନ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ଏଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ବିଏମସିର ଏଭଳି ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିବା ବେଳେ ଆଉ କିଛି ଲୋକ ଏବେ ବି ନୋ ପାର୍କିଂ ଜୋନରେ ବିଏମସି କର୍ମଚାରୀ ମାନେ ୨୦ଟଙ୍କା ନେଇ ଗାଡ଼ି ପାର୍କିଂ କରାଉଥିବା ଅଭିଯୋଗ କରିଛନ୍ତି, ଯାହା ସନ୍ଦେହ ସୃଷ୍ଟି କରିଛି। ରାଜଧାନୀର ଟ୍ରାଫିକ ସମସ୍ୟା ଦୂର କରିବାକୁ ବିଏମସିର ଏହି ପଦକ୍ଷେପ ଆଗକୁ କେତେ ସଫଳ ହେଉଛି ଦେଖିବାକୁ ବାକି।
ଅଧିକ ପଢ଼ନ୍ତୁ ଓଡିଶା ଖବର: