ସମସ୍ତେ କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ନଳକୂଅ ଓ ଖୋଲା କୂଅର ଦୂଷିତ ଜଳକୁ ପିଇ ଏପରି କିଡନୀ ରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଆଉ ସରକାରଙ୍କ ବସୁଧା ଯୋଜନା କଥା ନକହିବା ଭଲ । ସବୁ ସାହି ଗୁଡ଼ିକରେ ପାନୀୟ ଜଳ ପହଁଚି ପାରିନାହିଁ । ବାଧ୍ୟ ହୋଇ ଲୋକମାନେ ସେହି ଦୂଷିତ ଜଳକୁ ପିଉଛନ୍ତି । ଆଜିବି ଗାଁର ପ୍ରଧାନସାହି, ଗଉଡ଼ସାହି ,ଜୁଲଙ୍ଗ,ରଗୁଡିତଳ ,ସିଧାଶ୍ରମ, ଗୁଡିନାଳୀ, ଗୋଠମୁଣ୍ଡ ,କମାରସାହି ,ଦଳିତ ବସ୍ତିରେ ଲୋକମାନେ କିଡନୀ ରୋଗକୁ ନେଇ ଚିନ୍ତିତ ଅଛନ୍ତି । ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ ।
କନ୍ତିଓକାଟେଣୀ ଗାଁରେ କିଡନୀ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ କିମ୍ବା ରାଜନେତାଙ୍କ କୌଣସି ଦେଖା ନଥିବା ଲୋକମାନେ ଅଭିଯୋଗ କରିଛନ୍ତି । କେବଳ ଭୋଟ ଆସିଲେ ସ୍ଥାନୀୟ ବିଧାୟକ ଘାଇଁ ଘାଇଁ କରି ଗ୍ରସ୍ତ କରନ୍ତି । କିନ୍ତୁ ଲୋକଙ୍କ ସମସ୍ୟା ବେଳେ କିଛି କର୍ଣ୍ଣପାତ କରନ୍ତି ନାହିଁ । ଗାଁରେ ଘରେ ଘରେ ଏବେ କିଡନୀ ରୋଗୀ ଦେଖିବାକୁ ମିଳୁଛି । ଛୋଟ ଶିଶୁଠାରୁ ବୁଢା ଯାଏଁ ଅନେକ ଆକ୍ରାନ୍ତ ହୋଇଛନ୍ତି । ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ନିକଟରେ ଆଜିବି ପହଞ୍ଚି ପାରିନାହିଁ ।
ଏପରିକି ଅନ୍ୟ ଗାଁର ଲୋକେ ଝିଅ ଦେବାକୁ ଡରିଲେଣି ।ତେବେ ତୁରନ୍ତ କନ୍ତିଓକାଟେଣୀ ଗାଁରେ କିଡନୀ ରୋଗୀଙ୍କୁ ସାହାଯ୍ୟ ସହଯୋଗ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାନଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: