ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କ ସହ ‘ଡିଜେ ଆଜେକ୍ସ’ ଅକ୍ଷୟ କୁମାର ଫଟୋରେ ନଜର ଆସିବା ସହ ଏକାଠି ଜନ୍ମ ଦିନ ପାଳନ କରାଯାଉଥିବା ଫଟୋରେ ଦେଖିବାକୁ ମିଳିଛି। ସେହିପରି ମୋବାଇଲରେ ଯୁବତୀଙ୍କ ସହ ଚାଟ ମଧ୍ୟ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ପ୍ରେମ ବ୍ୟାପାର ଜନିତ ଘଟଣାକୁ ନେଇ ଗତ ବର୍ଷ ଭୁବନେଶ୍ବରରେ ଆଜେକ୍ସଙ୍କୁ ଆକ୍ରମଣ ମଧ୍ୟ ହୋଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ମାନସିକ ଚାପ ପାଇଁ ସେ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ଶବ ବ୍ୟବଚ୍ଛେଦ ଚାଲିଛି। ରିପୋର୍ଟ ଆସିବା ପରେ ରିପୋର୍ଟ ଏବଂ ଡିଜିଟାଲ ପ୍ରମାଣକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ପୋଲିସ କହିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ