ଅନ୍ୟପଟେ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତ୍ରିକୋଣୀୟ ପ୍ରେମ ଯୋଗୁ ଡିଜେ ଆଜେକ୍ସଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଖାରବେଳ ଥାନାରେ ଏତଲା ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ସନ୍ଦେହଘେରରେ ଲୋକପ୍ରିୟ ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶେଷ ଥର ପାଇଁ ୬ଟା ୩୦ ସମୟରେ ଅକ୍ଷୟ କୁମାର ପରିବାର ଲୋକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: