ଦୁଇ ବର୍ଷର ପୁର୍ବରୁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ଥାନା ଅଞ୍ଚଳର ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଘଟଣାକୁ ଆଧାର କରି ପୋଲିସ ଏକ ପର୍ଣ୍ଣଗ୍ରାଫି ହ୍ଵାଟସଆପ୍ ଗୃପର ୭ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। “ବିନ୍ଦାସ ବୟେଜ” ନାମକ ଏକ ହ୍ଵାଟସଆପ୍ ଗ୍ରୁପ୍ ମାଧ୍ୟମରେ ସୁନ୍ଦରଗଡ,ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସେୟାର କରୁଥିଲେ।
ପିଡୀତା ପରିବାରଲୋକଙ୍କ ଅଭିଯୋଗ ପରେ ମୋବାଇଲ ଡାଟା, ହ୍ଵାଟସଆପ୍ କମ୍ପାନୀର ତଥ୍ୟକୁ ଆଧାର କରି ବିଭିନ୍ନ ଅଞ୍ଚଳରୁ ୭ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଆହୁରି ଅଧିକ ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଛି ।
ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଫରୱାର୍ଡ କରାଯାଇଥିବା ନେଇ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ ସୂଚନା ଦେଇଛନ୍ତି । ହ୍ବାଟସଏପ୍ କିମ୍ବା ଅନ୍ୟ କୌଣସି କଲ୍ ମାଧ୍ୟମରେ ଅଜ୍ଞାତ ବ୍ୟକ୍ତିଙ୍କ ସହ ସମ୍ପର୍କ ନକରିବା ପାଇଁ ମୟୂରଭଞ୍ଜ ପୋଲିସ ସାଧାରଣରେ ନିବେଦନ କରିଛି।