କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ସ୍ଥିତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍। ବିଏମସି ପକ୍ଷରୁ ଭୁବନେଶ୍ୱରସ୍ଥ ଆଲେନ ଇନ୍ଷ୍ଟିଚ୍ୟୁଟକୁ ସିଲ କରାଯାଇଛି । ଉକ୍ତ ଇନ୍ଷ୍ଟିଚ୍ୟୁଟ୍ ରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମ୍ୟାନ୍ଜେମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହିତ ରାଉରକେଲ୍ ଏନ୍ଆଇଟି ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ରାଜ୍ୟର ଆଉ କିଛି କଲେଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସୂଚନାଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ ୨୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।