ଗାଁର ପିନୁ, ସାନୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଉଁଷପାଳ ପଞ୍ଚାୟତରେ ପ୍ରଦୀପ ଜିତିଥିବା ସରପଞ୍ଚ ଓ ସମିତିସଭ୍ୟ ଦଳର ଜଣେ ଦୃଢ ସମର୍ଥକ ଥିଲେ । ତେଣୁ ହାରିଥିବା ଦଳର ଲୋକେ ପ୍ରଦୀପଙ୍କ ଯୋଗୁଁ ତାଙ୍କ ଦଳ ହାରିଥିବା ଭାବିଥିଲେ । ଯାହାକୁ ନେଇ ପ୍ରଦୀପଙ୍କୁ ସେମାନେ ଦିନବେଳା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ଏବଂ ରାତିରେ କାମାକ୍ଷାନଗରରୁ କାମସାରି ନିଜ ଘରକୁ ଫେରୁଥିବାବେଳେ ବାଟରେ ଜଗି ରହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।