ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣି ଏଠାରେ କାର୍ଯ୍ୟରତ ଥିବାବେଳେ ସ୍ଥାନୀୟ ଅଞ୍ଚଳର ଅନେକ ହିତାଧିକାରୀ ପୋଷ୍ଟ ଅଫିସରେ ଖାତା ଖୋଲି ଟଙ୍କା ଜମା ରଖିଥିଲେ । ହେଲେ ପୋଷ୍ଟ ମାଷ୍ଟର ଟଙ୍କା ଜମାର ରସିଦ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଉକ୍ତ ଜମା ଖାତାରୁ ଟଙ୍କା ହିତାଧିକାରୀଙ୍କ ଅଜାଣତରେ ଉଠାଣ ହୋଇଛି ।
ଏପରି ସୁକନ୍ୟା ଯୋଜନାର ହିତାଧିକାରୀଙ୍କ ଟଙ୍କା ମଧ୍ୟ ହଡପ ହୋଇଛି । ପାଖାପାଖି ୩ ଶହରୁ ଅଧିକ ଜମା ଖାତାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟ ମାଷ୍ଟର ଲକ୍ଷ୍ମୀଧର ଫେରାର ହୋଇଯାଇଛନ୍ତି । ଏକ ମାସରୁ ଉର୍ଦ୍ଧ୍ୱ ହେବ ପୋଷ୍ଟ ଅଫିସ ବନ୍ଦ ରହିବା ପରେ ଏ ନେଇ ହିତାଧିକାରୀ ନିକଟସ୍ଥ ରାଢୋ ପୋଷ୍ଟ ଅଫିସରେ ନିଜ ଖାତା ଚେକ୍ କରିବାରୁ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଜାଣିବାକୁ ପାଇଥିଲେ ।
ଏ ନେଇ ପୋଷ୍ଟ ବିଭାଗରେ ଅଭିଯୋଗ ପରେ ଆଜି ଡାକ ବିଭାଗର ଅଧିକାରୀ ତଦନ୍ତ ନିମନ୍ତେ ଆସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗ୍ରାମରେ ଅଟକ ରଖିଥିଲେ । ପରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ପରେ ଅଧିକାରୀଙ୍କୁ ଛାଡି ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...