ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୁଆ ମୋଡ଼ ଆସିଛି । ଆସିଲା ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୂଚନାନୁସାରେ, ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହି ଶକ୍ତ ଧକ୍କା କେଉଁଥିରୁ ଲାଗିଛି ନେ ନେଇ କିଛି ତଥ୍ୟ ମିଳିପାରି ନାହିଁ । ଅନ୍ୟପଟେ ଟ୍ରେନ ଆଘାତରେ ଆଦିତ୍ୟଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଜିଆର୍ପି ପୋଲିସକୁ ମିଳିଲା ପୋଷ୍ଟମର୍ଟମ ରିପୋର୍ଟ । ଏହାସହ ହତ୍ୟା ମାମଲା ରୁଜୁକଲା ଜିଆରପି ପୋଲିସ ।
ତେବେ ତାଙ୍କ ସଂଘର ସଦସ୍ୟମାନେ ଆଦିତ୍ୟଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସଂଘର ସଦସ୍ୟ ମାନେ ହତ୍ୟା ହୋଇଛି ବୋଲି କହିଛନ୍ତି । ତେଣୁ ଜିଆରପି ପୋଲିସ୍ ଦ୍ୱାରା ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି ।

