ହେଲେ ରାଜ୍ୟରେ ୮୦ ହଜାର ଟନ ଆଳୁ ଅମଳ ହେଉଛି । ବାକି ୧୩ ଲକ୍ଷ ୨୦ ହଜାର ଟନ ଆଳୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ ଆମଦାନୀ କରିବାକୁ ପଡୁଛି । ବର୍ତ୍ତମାନ ଆସାମ, ୟୁପିରୁ ଆଳୁ ଆମଦାନୀ ବନ୍ଦ ଥିବା ବେଳେ ପଶ୍ଚିମବଙ୍ଗ ହିଁ ଭରସା । ସେଥିପାଇଁ ପଶ୍ଚିମବଙ୍ଗ ଅନୁସାରେ ବଢ଼ୁଛି ଦର । ତେଣୁ କିନ୍ତୁ ବାସ୍ତବରେ ଆଳୁ ମିଶନ କେତେଦୂର ସଫଳ ହୋଇଛି ତାହା ବର୍ତ୍ତମାନ ବଜାର ଦରରୁ ବାରି ହୋଇ ପଡୁଛି। ତେବେ ଖାଲି ଆଳୁ ନୁହେଁ, ପିଆଜ ଦର ମଧ୍ୟ ଏବେ ଉପରମୁହାଁ । ତିନି ଦିନ ମଧ୍ୟରେ ଦୁଇ ଟଙ୍କା ବଢ଼ିଛି ପିଆଜ । ଆଗକୁ ଆହୁରି ଦର ବଢ଼ିବ ବୋଲି ଆଶଙ୍କା କରାଯାଉଛି ।