କିନ୍ତୁ ୨୦୦୦ ମସିହା ପରଠାରୁ ସରକାରଙ୍କ ର ପ୍ରୋତ୍ସାହନ ଏବଂ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଦ୍ୱାରା ଅନେକ ଶିକ୍ଷିତ ଯୁବକ କୁକୁଡା ବ୍ୟବସାୟରେ ସମ୍ପୃକ୍ତ ହୋଇଛନ୍ତି। ଆନ୍ଧ୍ର ତଥା ଅନ୍ୟ ପଡୋଶୀ ରାଜ୍ରରୁ କୁକୁଡା ଓ ଅଣ୍ଡା ଓଡିଶାକୁ ଆସିବା ବନ୍ଦ ହୋଇଗଲାଣି। ଏପରିକି ବର୍ତ୍ତମାନ ଓଡିଶାରୁ କୁକୁଡା ଏବଂ ଅଣ୍ଡା ପଡୋଶୀ ରାଜ୍ୟକୁ ପଠାଯାଉଛି।
ଅତ୍ୟାଧୁନିକ କୁକୁଡା ଚାଷ ପ୍ରଣାଳୀ ଏବଂ ହାଇଜେନିକ୍ ପଦ୍ଧତିରେ କୁକୁଡା ଚାଷ କରାଯାଉଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କୁକୁଡା ଚାଷୀ ଏବଂ ଖାଉଟିମାନଙ୍କ ଭିତରେ ବିରାଟ ଦୂରତା ସୃଷ୍ଟି ହୋଇଛି। ଯାହା ଚାଷୀ କୁକୁଡା କିଲୋ ପିଛା ୬୦ ରୁ ୭୦ଟଙ୍କାରେ ବିକ୍ରି କରୁଥିବାବେଳେ କିନ୍ତୁ ଗ୍ରାହକ ତାହାକୁ ବଜାରରୁ ୨୦୦ରୁ ଅଧିକ ଟଙ୍କାରେ କିଣୁଛନ୍ତି।