ଏହାସହ ପ୍ରତିନିଧି ଦଳ ସହିତ ଦିବ୍ୟାଙ୍ଗ ଲଷ୍ମୀକାନ୍ତ ରାଉତ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଦାବି ଜଣାଇଥିଲେ । ଜିଲ୍ଲାପାଳ ସିଧେଶ୍ଵର ବଳିରାମ ବନ୍ଦୋର ଦିବ୍ୟାଙ୍ଗଙ୍କୁ ଅନଶନରୁ ଓହରିବା ପାଇଁ କହିଥିଲେ। ଏହି ଲିଷ୍ଟରେ ତାଙ୍କ ନାମ କିପରି ଯୋଡ଼ା ଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଅନଶନରୁ ଓହରିଲେ ଦିବ୍ୟାଙ୍ଗ ଲଷ୍ମୀକାନ୍ତ ରାଉତ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ

ଅର୍ଗସ ବ୍ୟୁରୋ : ଦ୍ଵିତୀୟ ଦିନରେ ଆମରଣ ଅନଶନରେ ବସିଥିବା ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଗ୍ରାମର ଦିବ୍ୟାଙ୍ଗ ଲଷ୍ମୀକାନ୍ତ ରାଉତ ଆନ୍ଦୋଳନରୁ ଓହରିଛନ୍ତି । ଲଷ୍ମୀକାନ୍ତ ରାଉତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ମିଳିବାରୁ ପରିବାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ସ୍ଥାନୀୟ ବିଜେପି ଦଳର ନେତା ଡା. ପ୍ରଦୀପ ନାୟକଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆସି ଅନଶନରେ ବସିଥିବା ଦିବ୍ୟାଙ୍ଗ ଲଷ୍ମୀକାନ୍ତ ରାଉତଙ୍କୁ ଭେଟିଥିଲେ ।
Download Argus News App
