ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ରହିଥିବ ତେବେ ଅଭିଯୋଗ ବାକ୍ସ କିମ୍ବା ଟୋଲ ଫ୍ରି ନମ୍ବର-18003456770 କିମ୍ବା 155335 ନମ୍ବରକୁ କଲ୍ କରି ଅଭିଯୋଗ ଦେଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୮ ଲକ୍ଷ ୧୭ ହଜାର ଏବଂ ସ୍ୱତନ୍ତ୍ର ଭାବେ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୧ ଲକ୍ଷ ୪୨ ହଜାର ଘର ବଣ୍ଟନ କରାଯିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60/40 ରହିଛି । ହିତାଧିକାରୀ ମାନେ ଯଦି 4 ମାସରେ ଗୃହ ନିର୍ମାଣ ଶେଷ କରୁଛନ୍ତି ତେବେ ତାଙ୍କୁ 20 ହଜାର ଟଙ୍କା ଓ 6 ମାସ ମଧ୍ୟରେ ସମ୍ପୂର୍ଣ୍ଣ କଲେ 10 ହଜାର ଟଙ୍କା ରାଜ୍ୟ ସରକାର ନିଜ ପାଣ୍ଠି ରୁ ରାଜ୍ୟ ସରକାର ଦେଉଥିବା ପ୍ରେସମିଟ ରେ କହିଛନ୍ତି ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନି ।
ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ

ଅର୍ଗସ ବ୍ୟୁରୋ: ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗ୍ରାମସଭାରେ ଯୋଗ୍ୟ ପରିବାରଙ୍କ ତାଲିକା ଅନୁମୋଦନ ପରେ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏନେଇ ସ୍ଵଛତା ରଖିବାକୁ ପଦକ୍ଷେପ ନିଆଯାଇଥିବା କହିଛି ପଂଚାୟତି ରାଜ ବିଭାଗ ।ଆସନ୍ତାକାଲିଠୁ ୨୪ ତାରିଖ ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି, ସ୍କୁଲ ଓ ଗ୍ରାମର ପ୍ରମୁଖ ସ୍ଥାନରେ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦର୍ଶିତ ହେବ ।
Download Argus News App
