ଯାହା ଫଳରେ ବାସୁଦେବପୁର ବ୍ଳକ ର ବିଭିନ ପଂଚାୟତରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ବିଭିନ ସ୍ଥାନରେ ପଂଚୟତ କାର୍ଯ୍ୟାଳୟ ଆଗରେ ହୋହଲା କରିଥିଲେ । ତେବେ ଏହାକୁ ବିଜେପି ପ୍ରତିବାଦ କରିବା ସହିତ ତୁରନ୍ତ ଏହି ତାଲିକାରୁ ଅଯୋଗ୍ୟଙ୍କୁ ବାଦ କରାଯାଇ ଯୋଗ୍ୟଙ୍କୁ ସାମିଲ କରିବାକୁ ଦାବି କରିଛି । ନହେଲେ ଆଗାମୀ ଦିନରେ ବିଜେପି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଜେପି ବ୍ଲକ ଅଫିସ ଘେରାଉ କରିବ ବୋଲି ଚେତାବନୀ ଦେଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା । ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରିବାକୁ ବାସୁଦେବପୁର ବିଜେପି ପକ୍ଷରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ବିଜେପିର ଯୁବନେତା ଉଦୟ ନାରାୟଣ ମଲ୍ଲିକଙ୍କ ନେତୃତ୍ବରେ ବିଜେପି କର୍ମୀ ଓ ପଂଚୟତ ପ୍ରତିନିଧିମାନେ ମିଳିତ ଭାବେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଆସିଥିବା ତାଲିକାରେ ଯୋଗ୍ୟଙ୍କ ପରିବର୍ତେ ଅଧାରୁ ଅଧିକ ଅଯୋଗ୍ୟ ଲୋକ ମାନଙ୍କର ନାମ ରହିଛି ।
Download Argus News App
