ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। ୧୯୭୭ରୁ ୧୯୮୦ ଓ ୧୯୮୯ରୁ ୧୯୯୬ଯାଏଁ ସେ ଭୁବନେଶ୍ବରର ସାଂସଦ ଥିଲେ। ୧୯୩୦ ମସିହା ଅଗଷ୍ଟ ୧୩ରେ ସେ ଜନ୍ମଗ୍ରହଣ କରିଥିଲେ।
ସେ ସିପିଆଇଏମର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶିବାଜୀ ପଟ୍ଟନାୟକ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଦାବି ପାଇଁ ହେଉଥିବା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଭାବେ ମଧ୍ୟ ବେଶ ଜଣାଶୁଣା।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।