ଟ୍ଵିଟ କରି ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, କଟକର ସାହୀ କମିଟି,ପୂଜା କମିଟି,ଶାନ୍ତି କମିଟି, ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ମତ ଆସୁଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ପୁନର୍ବାର ସମସ୍ତଙ୍କ ସହ ଆଲୋଚନା କରି କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ମୁଁ ଆଶା ରଖୁଛି।
କୋଭିଡ଼୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ।
ଗତକାଲି ଲଗାଣ ବର୍ଷାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡି ମନ୍ଦିରର ଦର୍ଶନ ମଣ୍ଡପର ସିଲିଂରୁ କିଛି ଅତଡ଼ା ଖସିଥିବା ଜାଣିବାକୁ ପାଇଲି । ଏହି ମନ୍ଦିରର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି ।