ତେବେ ଆଜି କେନ୍ଦ୍ରମନ୍ତ୍ରୀ ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ବୟାଳିଶି ବାଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ସହିତ ଶୋକ ସନ୍ତପ ପରିବାରବର୍ଗଙ୍କୁ ମଧ୍ୟ ସମବେଦନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତି ପରିଡା ପ୍ରମୁଖ ସାମିଲ ହୋଇଥିଲେ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍ୱର୍ଗୀୟ କୃଷ୍ଣ ଭାଇଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରଥମେ ମୁଁ ବିଚାର ପରିବାରରେ ସଂଗଠକ ଭାବେ କାମ କରିବା ସହ ରାଷ୍ଟ୍ରବାଦୀ,ଦେଶପ୍ରେମ ଓ ସମାଜସେବାର ଶିକ୍ଷା ପାଇଥିଲି। ମେଧାବୀ ଛାତ୍ର ହେବା ପରେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ରାଷ୍ଟ୍ର ଓ ସମାଜ ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ସେ ଉଦାହରଣ ତିଆରି କରିଥିଲେ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟକ୍ତିକୁ ସଂଗଠନ ଓ ବିଚାରଧାରା ସହ ଯୋଡ଼ିବାର ତାଙ୍କର କର୍ମପଥରେ ମୁଁ ଓ ମୋ ଭଳି ଅନେକ ଛାତ୍ର ଓ ଯୁବକ ଆସିଛନ୍ତି । ମୋର ରାଜନୈତିକ ଜୀବନରେ ସ୍ୱର୍ଗତ କୃଷ୍ଣ ଭାଇଙ୍କ ଭଳି ବିରଳ ବ୍ୟକ୍ତିତ୍ୱଙ୍କ ଅବଦାନ ଅତୁଳନୀୟ । ତାଙ୍କ ମାର୍ଗଦର୍ଶନରେ ପାଇଥିବା ଶିକ୍ଷା, ସଂସ୍କାର ଏବଂ ବିଚାର ମୋ ପାଇଁ ଚିରସ୍ମରଣୀୟ ହୋଇରହିବ।