କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
1. ରାଜନୀତିରେ ହିଂସାର ସ୍ଥାନ ନାହିଁ
2. ଗତ ପଞ୍ଚାୟତ ନିର୍ବାଚନ ସମୟରେ ଅନରୂପ ଭାବେ ହିଂସା ମଧ୍ୟ ଘଟିଥିଲା
3. ଏବେ ହିଂସା ସବୁଆଡେ ବ୍ୟାପିଲାଣୀ
4. ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ବାବୁମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି
5. ଜିତିବ ବୋଲି କଣ ଏକଚାଟିଆ ଶାସନ ଚଳାଇବ ?
ମାର୍ଚ୍ଚ ୩୦ ତାରିଖ । ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି ଫୁଟିଲା । ପୋଲିସ ଜାଣିଲା ହେଲେ ପଦକ୍ଷେପ ନେଲା ନାହିଁ । ଆଉ ଏହାପରେ ଏପ୍ରିଲ ୯ ତାରିଖ ପୌରାଧ୍ୟାକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଗେଟ୍ ଉପରକୁ ବୋମା ମାଡ଼ ହେଲା ଥାନାରେ ଏତଲା ହେଲା, ହେଲେ ମୁଖ୍ୟ ଅଭିଯୁକ୍ତଙ୍କ ପାଖ ମାଡି ପାରିଲାନି ପୋଲିସ । ଏହି ଘଟଣାକୁ ନେଇ ଏଯାଏଁ ନା ମୁହଁ ଖୋଲୁଛନ୍ତି ପୋଲିସ ଡିଜି ନା ମୁହଁ ଖୋଲୁଛନ୍ତି ଢେଙ୍କାନାଳ ଏସପି । ପୋଲିସ ଚୁପ୍ ରହିବା ପଛରେ ରହୁଛି କି କାହାର ଚାପ । ଏହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ବିଜେଡିର ବୟାନ୍ ବଡ ବିବାଦ ସୃଷ୍ଟି କରିଛି । ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ ଛୋଟ ଘଟଣା ବୋଲି କହି ଗୃହ ବିଭାଗକୁ ବଞ୍ଚାଇବାକୁ ଉଦ୍ୟମ କରିଛି ଶାସକ ବିଜେଡି ।
ରାଜ୍ୟରେ ବଢି ଚାଲିଛି ରାଜନୈତିକ ହିଂସା। ବ୍ରେକ୍ ଲାଗୁନି ହିଂସାରେ।ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି ଓଡିଶା ରାଜନୀତି । ୨୦୧୭ର ପଞ୍ଚାୟତ ନିର୍ବାଚନ ବେଳେ ଚରମ ସୀମାକୁ ଯାଇଥିଲା ରାଜନୈତିକ ଅସହିଷ୍ଣୁତା । କଥା କଥାରେ ଚାଲୁଥିଲା ଛୁରୀ । ଫୁଟିଥିଲା ଗୁଳି। ମୁଣ୍ଡ ଗଡିଥିଲା ୨ ଡଜନରୁ ଅଧିକ କର୍ମୀ ଓ ନେତାଙ୍କ । ଏ ହେଉଛି ୧୪ ଜଣଙ୍କ ତାଲିକା। ଢେଙ୍କାନାଳ ତରଭାର ସଲମନ ରାଉତଙ୍କ ମୃତ୍ୟୁକୁ ନେଇ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା। ବିଜେପି କର୍ମୀ ସଲମନ ରାଉତକୁ ହତ୍ୟା କରିଥିଲେ ବିଜେଡି ସମର୍ଥକ। ପ୍ରତିବାଦରେ ବିଜେପିର ଆନ୍ଦୋଳନ ,ବିକ୍ଷୋଭ ଢେଙ୍କାନାଳରୁ ଆରମ୍ଭ ହୋଇ ବ୍ୟାପିଥିଲା। ରାଜ୍ୟର କୋଣ ଅନୁକୋଣକୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବୁଲୁ ପ୍ରଧାନ ଓ ବୁଗୁଡାର ଶିଶିର ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ଉଠିଥିଲା ପଡିଥିଲା ରାଜ୍ୟ ରାଜନୀତି। ଆଉ ଏହି ସବୁ ଘଟଣା ଦେଖିଲେ ରାଜ୍ୟରେ ଆଇନର ଶାସନ ଅଛି ତ ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଗୋଟିଏ ପଟେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବାର କଥା କୁହାଯାଉଥିବା ବେଳେ ରାଜରାସ୍ତାରେ ଏ ହିଂସା କାହିଁକି?