ବିଜେପିର ମହିଳା ସମାବେଶରେ ବିଜେପି ପ୍ରଭାରୀ ଡି. ପୁରୁନ୍ଦେଶ୍ୱରୀଙ୍କ ଅଭିଭାଷଣ...
ଭୁବନେଶ୍ଵର: ଡାଲି ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରକୁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମୂଳଦୁଆ ପକାଇଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ,ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏହା ଉତ୍ସାହ ଦେବ ଏବଂ ଓଡିଶାର ଚାଷୀଙ୍କୁ ଧାନ ହେଉଥିବା ଅଞ୍ଚଳରେ ଅନ୍ୟ ଚାଷ କରିବାକୁ ଉତ୍ସାହିତ କରିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କର ଆୟ ଏବଂ ଉନ୍ନତି ପାଇଁ ସବୁକିଛି କରୁଛି। ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡିଶାରେ ଚାଷ ପ୍ରଣାଳୀକୁ ମଜବୁତ କରିବାରେ, ବିଭିନ୍ନ ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହିତ କରିବାରେ ଏବଂ ପୁଷ୍ଟିକର ଖାଦ୍ୟଶସ୍ୟ ବୃଦ୍ଧିରେ ସାହାଯ୍ୟ କରିବ।