BigBreaking:'କମେଣ୍ଟ ମାରିଲେ ଗୋଡ ଧରିଲେ'
ଅର୍ଗସ ବ୍ୟୁରୋ: NMAର ବାଇ-ଲ’ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ବାଇ ଲ’ ନେଇ ବିସ୍ତୃତ ଭାବେ ତଥ୍ୟ ଦିଆଯାଇ ନାହିଁ । ବାଇ-ଲ’ର ପ୍ରତିଟି ପଏଣ୍ଟକୁ ସମୀକ୍ଷା ପାଇଁ ସଂସ୍କୃତି ମନ୍ତ୍ରାଳୟକୁ ଚିଠି କରନ୍ତୁ। ଚିଠି ଲେଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ, ଦେଶର ଐତିହ୍ୟ ଗୁଡ଼ିକର ସୁରକ୍ଷା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ। ‘ଇନଟାକର ପ୍ରତିଷ୍ଠାତା ସଦସ୍ୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ଐତିହ୍ୟର ସୁରକ୍ଷା ଏମସର୍ ଆଇନ, 1958 ସଂସଦରେ ଗୃହୀତ ହୋଇଛି। ନୂଆ ଉପନିୟମ ଗୁଡ଼ିକର ସଠିକ ଅଧ୍ୟୟନ ପାଇଁ ସେ ନିବେଦନ କରିଛନ୍ତି। ଯଦି ଆପତ୍ତି ରହିଛି ତେବେ ତାହାର ତାଲିକା ପଠାନ୍ତୁ ବୋଲି ସେ କହିଛନ୍ତି।