ପ୍ରଦୀପ ପାଣିଗ୍ରାହୀ କେବଳ ପ୍ରଶ୍ନ କଲେ ନାହିଁ ବରଂ ସୂର୍ଯ୍ୟପାତ୍ର, ଉଷା ଦେବୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ରଶେଖର ସାହୁଙ୍କ ସମେତ ଏକାଧିକ ନେତାଙ୍କ ନୀରବତାକୁ ନେଇ ଉଠାଇଲେ ପ୍ରଶ୍ନ । କେବଳ ପ୍ରଦୀପ ବରିଷ୍ଠ ନେତାଙ୍କ କଥା ଉଠାଇନାହାନ୍ତି, ବରଂ ଗଞ୍ଜାମ ଜିଲ୍ଲାର ବରପୁତ୍ରମାନଙ୍କୁ ଯେପରି ଭାବେ ଅଣଦେଖା କରାଯାଇଛି ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାର ବିକାଶ ଓ ଜିଲ୍ଲାପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଖୋଦ୍ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ କଥା ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ।
23ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ବପ୍ନ ଦେଖୁଛନ୍ତି କାହିଁକି । 23 ବର୍ଷ ପୂର୍ବରୁ କୁଆଡେ ଯାଇଥିଲେ। ଶଙ୍ଖ କୁ ଗର୍ବ କହିବାର କାରଣ କଣ ? ଗୋପାଳପୁର ରେ ଆଜି ସତ୍ୟସାଇ ଭଜନ ମଣ୍ଡଳୀରେ ଯୋଗଦେବାକୁ ଆସି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଭଳି ବର୍ଷି ଆଜି ଚର୍ଚ୍ଚାକୁ ଆସିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...