ରାଜ୍ୟ ସରକାର ଏବେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯୀକରଣ କାମ ହାତକୁ ନେଇଛନ୍ତି । ଯେହେତୁ ଭୁବନେଶ୍ୱର ହେଉଛି ମନ୍ଦିର ମାଳିନି ସହର ତେଣୁ ଏହି ସୌନ୍ଦର୍ଯୀକରଣ କାମ କରିବା ବେଳେ ଏହାର ଐତିହ୍ୟ ଓ ପ୍ରତ୍ନତାତ୍ୱିକ ଦିଗକୁ ଅଣଦେଖା କରାଯିବା ଉଚିତ ନୁହେଁ। କେନ୍ଦ୍ରୀୟ ପ୍ରତ୍ନତ୍ୱାତିକ ସଂସ୍ଥାର ପରାମର୍ଶ ରାଜ୍ୟ ସରକାର ନିଅନ୍ତୁ ।
ଯେଉଁ ଯେଉଁ ସ୍ଥାନରେ ମାଟିତଳେ ପୁରୁଣା ମନ୍ଦିର ଅଛି ବୋଲି କେନ୍ଦ୍ରୀୟ ପ୍ରତ୍ନତତ୍ୱ ସଂସ୍ଥା ଅନୁମାନ କରୁଛି ସେହି ସ୍ଥାନ ଉପରେ ଅଧିକ ଗବେଷଣା କରିବା ପାଇଁ ସେମାନଙ୍କୁ ରାଜ୍ୟ ସରକାର ସମ୍ପୃର୍ଣ୍ଣ ସାହାଯ୍ୟ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଭାବରେ ଅନୁରୋଧ କରୁଛି । କାରଣ ଏବେ ଏକ ବିଶେଷ ସୁଯୋଗ ଆମେ ପାଖରେ ପହଂଚିଛି ଯେଉଁଥିରେ ଆମେ ପୁରୁଣା ଭାସ୍କର୍ଯ୍ୟର ପୁର୍ନଉଦ୍ଧାର କରିପାରିବା ।