ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓସାକ୍ସ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ନେି ର୍ଦ୍ଦଶକ ଡ. ଉର୍ମିଳା ମିଶ୍ର, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଦିବସର ମହତ୍ୱ ବିଷୟରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଡ. ମିଶ୍ର କହିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉ ନଥିଲେ ସୁଦ୍ଧା ଏଚ୍.ଆଇ.ଭି. ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତମି ।ନେ ବିଶେଷ କରି ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ହିଁ ଏଚ.ଆଇ.ଭି. ସଂକ୍ରମଣକୁ ନିୟନ୍ତ୍ରଣାଧିନ କରାଯାଇପାରିବ । ସଂକ୍ରମିତ ବ୍ୟକ୍ତିମାନଙ୍କ ଦୀର୍ଘଦୀନ ଧରି ସୁସ୍ଥ ଜୀବନଯାପନ ପାଇଁ ଏ.ଆର.ଟି ଔଷଧର ବ୍ୟବସ୍ଥା ରିହଛି ।
ଡ. ମିଶ୍ର କହିଥିଲେ ଯେ ଆମ ରଜ୍ୟରେ ସାମାଜିକ କ୍ଷେତ୍ରରେ ଐଓଠ ସଂକ୍ରମିତ ବ୍ୟକ୍ତିମାନଙ୍କ ପ୍ରତି ଘୃଣା ଓ ଭେଦଭାବ ବହୁ ପରିମାଣରେ ଦୂର ହୋଇପାରିଛି । ଏହା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଗଠନ ଏବଂ ଜନସାଧାରଣଙ୍କର ସକାରାତ୍ମକ ମନୋଭାବ ଯୋଗୁଁ ସମ୍ଭବ ହୋଇପାରିଛି । ଆମ ଦେଶ ଏକ ସମାଜ ମଙ୍ଗଳ ରାଷ୍ଟ୍ର । ସମସ୍ତଙ୍କର ସମ୍ମାନ ସହ ବଂଚିବାର ମୌଳିକ ଅଧିକାର ରହିଛି । ତେଣୁ ଆମେ ସମସ୍ତେ ଗୋଷ୍ଠୀଗତ ଭାବେ ପରିବର୍ତନ ଓ ସଂସ୍କାର ଆଣିପାରିବା ଏବଂ ୨୦୩୦ ସୁଦ୍ଧା ଏଚ.ଆଇ.ଭି ମୁକ୍ତ ରାଜ୍ୟ ଗଠନ କରିପାରିବା ।