ଆଜି ବାବୁସାନ ଥାନାରେ ହାଜିର ହେବାର ଥିଲା । ତେବେ ଦେହ ଭଲ ନଥିବାରୁ ଆଜି କୁଆଡ଼େ ଯିବେ ନାହିଁ ବୋଲି ଅପରାଜିତା କହିଛନ୍ତି । ସେପଟେ ଗିରଫ ଆଶଙ୍କାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବାବୁସାନ୍ । ତାଙ୍କ ନାଁରେ ଦଫା ୪୯୮(କ) ମାମଲା ରୁଜୁ ହୋଇଛି । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ପାଇଁ ସେ ଆବେଦନ କରିଛନ୍ତି । ଏପଟେ ମାଆ ଅପରାଜିତା ଘର ଆଗରେ କିଛି ଅଚିହ୍ନା ଲୋକ ଥିବା କହି ପୋଲିସକୁ ସୁରକ୍ଷା ମାଗିଛନ୍ତି । ତେବେ ପତି ପତ୍ନୀ ଓ ପ୍ରକୃତି ବିବାଦ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ବାବୁସାନଙ୍କ ଠିକ୍ ସମୟ କେବେ ଆସିବ ଏବଂ ସେ କଣ ଠିକ୍ କଥା କହିବେ ତାଉପରେ ସମସ୍ତଙ୍କ ନଜର ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍

ଅର୍ଗସ ବ୍ୟୁରୋ : ବାଲକୋନୀରେ ମୁହଁ ଦେଖାଇଲେ ବାବୁସାନ୍ । କହିଲେ- ଠିକ୍ ସମୟରେ ଠିକ୍ କଥା କହିବି । ଚେନ୍ନାଇରୁ ଭୁବନେଶ୍ବର ଫେରିବା ପରେ ଆଜି ପ୍ରଥମ କରି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ହାତଯୋଡ଼ି ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ପରିବାର ସହ ଅଛନ୍ତି, ସେଥିପାଇଁ ବହୁତ ଖୁସି ଅଛନ୍ତି । ଠିକ୍ ସମୟରେ ଠିକ୍ ଜିନିଷ କହିବେ ବୋଲି ବାବୁସାନ୍ କହିଛନ୍ତି ।
Download Argus News App
