ସେ କହିଛନ୍ତି, ବାବୁସାନଙ୍କ ପତ୍ନୀ ମୋ ଝିଅ ସହ ବର୍ବରତା କରିଛନ୍ତି । ‘ମୋ ଝିଅ ବହୁତ ନାଁ କମେଇଛି । ଓଡିଶା ନାଁ ଉପରକୁ ନେଇଛି । ହିନ୍ଦୀ ସିରିଏଲ କରିଛି । ଫିଲ୍ମ କରିଛି । ସେ ଅଧିକାଂଶ ସମୟ ବମ୍ବେ ରେ ରୁହେ । ସେ ଛୋଟ ବେଳୁ ବହୁତ ଫେମସ୍ । ଆମେ ଜଣେ ଭଦ୍ର ପରିବାର । କିନ୍ତୁ ତୃପ୍ତି ମାହାନ୍ତି ଯେଉଁଭଳି ଭାବରେ ବ୍ୟବହାର କଲେ । ସେ କେତେ ଭଦ୍ର ତାହା ଜଣାପଡୁଛି । ସେ ଝିଅ ତାଙ୍କ ବାପା, ମୋ ଝିଅ ସହ ଯାହା ବ୍ୟବହାର କଲେ ତାହା କେତେ ଠିକ୍ ଆପଣ କୁହନ୍ତୁ । ‘
‘ଗତକାଲି ଗୋଟେ ଦିନ ଗୋଟେ ମା ହିସାବରେ ମୁଁ ବହୁତ ଡିପ୍ରେସ ଥିଲି । ରାସ୍ତା ମଝିରେ ଯେଉଁଭଳି ଭାବରେ ମୋ ଝିଅ ସହ ବ୍ୟବହାର କରାଯାଇଛି ତାହା କେଦେ ଦୂର ଠିକ୍ । ଏମିତି ଅଭଦ୍ର ଭଳି କିଏ ବ୍ୟବହାର କରେ । ମୋ ଝିଅ କଣ ଭିକାରି । ଆମେ କଣ ଭିକାରୀ । ଆମ ପାଖରେ କଣ ପଇସା ନାହିଁ , ଯେ ମୋ ଝିଅ ତାଙ୍କ ଠାରୁ ପଇସା ଆଣି ଚଳିବ । ମୁଁ କାଲିଠୁ ଚୁପ୍ ଥିଲି । କିନ୍ତୁ ମୋ ଝିଅ ବିରୋଧରେ ଯେଉଁ ମିଝ ଆରୋପ ଆଣାଯାଉଛି, ତାକୁ ଦେଖି ମୁଁ ଚୁପ୍ ରହିପାରିଲିନି । ମୋ ଝିଅ କଷ୍ଟ କରି ଛୋଟ ବେଳୁ ତା ନା କମେଇଛି । ତୃପ୍ତି ମହାନ୍ତିର କଣ ପରିଚୟ । ଖାଲି ବାବୁ ସାନର ପତ୍ନୀ । କିନ୍ତୁ ମୋ ଝିଅ ତା ଦମ୍ ରେ ପରିଚୟ ବନେଇଛି । ସେ ବହୁତ କ୍ୟାରିଅର ଓରିଏଣ୍ଟଟେଡ । ‘
‘ସେ କାହିଁକି ଘର ଭାଙ୍ଗିବ । ତା ପରେ ତାଙ୍କ ମା ଯେଉଁ ଅଭିଯୋଗ ଆଣୁଛନ୍ତି, ଯେ ମୋ ପୁଅକୁ ନିଶା ଦେଲେ ଖରାପ ବାଟକୁ ନେଲେ । ମୁଁ କହିବି ତାଙ୍କ ପୁଅ କଣ ଛୋଟ ଛୁଆ । କେହି କାହା ଘର ଭାଙ୍ଗନ୍ତିନି । ସେ ତ ଛୋଟ ଛୁଆ ନୁହେଁ ଯେ ତାଙ୍କୁ ଜଣେ ଯାହା କହିବ ସେ କରିବ । ଗୋଟେ ମା ଯେତେବେଳେ ରାଗେ ସେ କଣ କରେ ଏବେ ସେମାନେ ଦେଖିବେ । ମୋର ପ୍ରକୃତ ରୂପ ଦେଖିବେ । ଯଦି ସେ ଜାଗାରେ ମୁଁ ଥାଆନ୍ତି , ତେବେ ସେ ଝିଅ କୁ ଚପଲରେ ସେକି ଥାନ୍ତି, ତା ଚୁଟି କାଟିଦେଇଥାନ୍ତି । ‘
ଭିଡିଓରେ ଦେଖିଥିବେ ଯେ ପ୍ରକୃତି କେତେ ଭଦ୍ରାମିର ସହ ସେ ସ୍ଥାନରୁ ଆସିଛି । ସେ ଗୋଟେ ଭଦ୍ର ଘରର ଝିଅ ।