ନିକଟରେ ଜଣେ ଦଳିତ ନେତାଙ୍କୁ ଆକ୍ରମଣ କରିଥିଲେ ପ୍ରଶାନ୍ତ। ତାଙ୍କ ଧକ୍କା ମାରିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା। ବାଲୁଗାଁ NACରେ ଘଟିଥିଲା ଘଟଣା। ଏଠାରେ ଜଣେ ବିଜେପି କର୍ମୀଙ୍କୁ ମାଡମାରି ସେ ବିବାଦରେ ଥିଲେ। ଖାଲି ସେତିକି ନୁହେଁ, ପ୍ରଶାନ୍ତଙ୍କ ନାମରେ ଅନେକ ମାମଲା ରହିଛି। ୧୦ରୁ ଅଧିକ ଫୌଜଦାରୀ ମାମଲା ତାଙ୍କ ନାମରେ ରହିଥିବା ବେଳେ ମାତ୍ର ଗୋଟିଏ ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି।
ପୂର୍ବରୁ ବେଗୁନିଆ, ଟାଙ୍ଗୀ ଓ ଖୋର୍ଦ୍ଧା ଟାଉନ୍ ଥାନାରେ ତାଙ୍କ ନାମରେ ଏକାଧିକ ସଙ୍ଗୀନ ଅଭିଯୋଗମାନ ରହିଛି।
ହେଲେ ବିଜେଡି ବିଧାୟକ ହୋଇଥିବାରୁ ପୁଲିସ ଓ ଗୃହ ବିଭାଗ ବାହୁଛାୟା ତଳେ ସୁରକ୍ଷିତ ରହିଛନ୍ତି ପ୍ରଶାନ୍ତ। ପୂରା ଗୃହ ବିଭାଗ ଓ ପୁଲିସ ପ୍ରଶାସନ ପ୍ରଶାନ୍ତଙ୍କ ସୁରକ୍ଷାରେ ଲାଗିଥିଲା। ହେଲେ ଆଜି ଘଟଣା ପୁଲିସ ମୁହଁକୁ ଶକ୍ତ ଚଟକଣା କହିଲେ ଭୁଲ ହେବନାହିଁ। ଗୃହ ବିଭାଗ ମୁଖିଆ ଦିବ୍ୟଶଙ୍କର ମିଶ୍ର ଆଉ ଡିଜିପି ଅଭୟଙ୍କୁ କୋର୍ଟଙ୍କ ଏହି ନିଷ୍ପତ୍ତି ଲଜ୍ଜିତ କରିଥିବ ନିଶ୍ଚୟ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ମାଳମାଳ ମାମଲା ଥିବା ବେଳେ ତାଙ୍କୁ କ’ଣ ପାଇଁ ଗିରଫ କରାଯାଉ ନାହିଁ। କ’ଣ ପାଇଁ ବିଜେଡି ଶାସନରେ ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଆଉ ବାହୁବଳୀଙ୍କ ପାଇଁ ଅଲଗା ଆଇନ ?
କିଏ ଦେବେ ଏହାର ଉତ୍ତର ?
କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନା ଡିଜିପି ଅଭୟ ?