ଗାଡି ନମ୍ବର OD25K5775 । ନମ୍ବର ପ୍ଲେଟ୍ ଲାଗିଛି ଗାଡି ସାମ୍ନାରେ। ଆଉ ଇଏ ହେଉଛି ବାଣପୁର ଥାନାରେ ଥିବା ଜବତ ଡିସକଭରି ଗାଡି। ଆଉ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଏଠି ନମ୍ବର ପ୍ଲେଟରେ ଗାଡି ନମ୍ବର ରହିଛି OD02AY5775 । ଏ ନମ୍ବର ପ୍ଲେଟ୍ ବି ଲାଗିଛି କାର ସାମ୍ନାରେ। ବାହନର ଅନଲାଇନ ଏବଂ ରାଜ୍ୟ ପରିବହନ୍ ବିଭାଗର ଦସ୍ତାବିଜ କହୁଛି ଏ ଗାଡି ଡିସକଭରି ନୁହେଁ ବରଂ କ୍ରେଟା। ଗାଡି ମଡେଲ କ୍ରେଟା 1.6 CRDI SX(O) ବୋଲି ଦର୍ଶାଉଛି। ଆଉ ଏଇ ଗାଡି ରହିଛି ଶିବାନୀ ଫୁଡ୍ ପ୍ରଡକ୍ଚ ନାଁରେ। ନମ୍ବର ପ୍ଲେଟ୍ ବଦଳିବା ସତ୍ୟ ଜଳ ଜଳ। ବଡ଼ ପ୍ରଶ୍ନ ହେଉଛି କଣ ପାଇଁ ନମ୍ବର ପ୍ଲେଟ୍ ହେରାଫେରି । ହେଲେ ଖୋର୍ଦ୍ଧା ଏସପି କିନ୍ତୁ ସତକୁ ମାନିବାକୁ ନାରାଜ୍। କହିଛନ୍ତି ପୋଲିସ ଜବକ କରିଥିବା ଗାଡି ନମ୍ବର ହେଉଛି OD02AY5775।
ଏବେ ବଡ଼ ପ୍ରଶ୍ନ ସାରା ରାଜ୍ୟ ଦେଖିଲା ଗାଡି ନମ୍ବର ଥିଲା OD25K5775। ତେବେ କାହା ନିର୍ଦ୍ଦେଶରେ ବଦଳିଗଲା ଗାଡି ନମ୍ବର, ରେଞ୍ଜ ରୋଭର ଡିସକଭରି କେମିତି ହୋଇଗଲା କ୍ରେଟା। ଏବେ ଦେଖିବା କଣ ହୋଇପାରେ ଷଡଯନ୍ତ୍ର ପଛର କାରଣ। ଘଟଣା ଦିନ ପ୍ରଶାନ୍ତ ଚଢାଇଥିବା ଗାଡି ନମ୍ବର ହେଉଛି OD25K5775। ଏ ଗାଡି ରହିଛି କୁମାର ଦେବଦତ୍ତଙ୍କ ନାଁରେ। ପେଶାରେ ଠିକାଦାର କୁମାର ଦେବଦତ୍ତ ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁଙ୍କ ରାଇଟହାଣ୍ଡ। କୁମାର ଦେବଦତ୍ତଙ୍କ ଗାଡି ପ୍ରଶାନ୍ତଙ୍କ ପାଖକୁ ଗଲା କିଭଳି। ଏପଟେ ଯେଉଁ ଗାଡି ନମ୍ବର ଏଫଆଇରରେ ରହିଛି ତାହା ରହିଛି ଶିବାନୀ ଫୁଡ୍ ପ୍ରଡକ୍ଚ ନାଁରେ । ଶିବାନୀ ଫୁଡ କଂପାନୀର ନିର୍ଦ୍ଦେଶକ ମାନେ ହେଲେ ଶୁଭେନ୍ଦୁ ସୁବୁଦ୍ଧି, ରବୀନ୍ଦ୍ରନାଥ ସୁବୁଦ୍ଧି, ତିଳତ୍ତମା ସୁବୁଦ୍ଧି ପ୍ରମୁଖ। ଏମାନଙ୍କର ବି ରହିଛି ବିଜେଡି ଲିଙ୍କ। ବଡ଼ ପ୍ରଶ୍ନ ବାହୁବଳି ପ୍ରଶାନ୍ତ ଜଗଦେବଙ୍କୁ ଘଣ୍ଟ ଘୋଡାଉଛି ପୋଲିସ, ନା ଆଉ କାହା ସୁରକ୍ଷା ପାଇଁ ପୋଲିସ କରିଛି ଷଡଯନ୍ତ୍ର, କିଏ ସେ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ।
ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ରହିଛି 10 ଫୌଜଦାରୀ ମାମଲା। ହେଲେ ବିଜେଡି ତାଙ୍କ ବିରୋଧରେ ଆକସନ୍ ନ ନେଇ ବାରମ୍ବାର ଦେଇଛି ଟିକେଟ୍। ବିଜେପି ନେତାଙ୍କୁ ମାଡ଼ ପରେ କେବଳ ଭୂଆଁବୁଲା ପାଇଁ ନିଲମ୍ବନ କରିଥିଲା, ଆଜି ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦେବ।