14 କୋଟି 87 ଲକ୍ଷ 41 ହଜାର 194 ଟଙ୍କା ଠାବ । ଆୟଠାରୁ 1021 ଗୁଣ ଅଧିକ ସମ୍ପତ୍ତି ଠାବ ନେଇ କହିଲା ଭିଜିଲାନ୍ସ । ଉଭୟ ପତି-ପତ୍ନୀଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ । କାଲି ପ୍ରତାପଙ୍କ 25ଟି ପ୍ଲଟ୍ ଓ 5ଟି ଫ୍ଲାଟ୍ ଠାବ କରିଥିଲା ଭିଜିଲାନ୍ସ ।
ବ୍ୟାଙ୍କରେ ମୋଟ ଜମା ରାଶି 1 କୋଟି 61 ଲକ୍ଷ 35 ହଜାର 812 । ବିଭିନ୍ନ ବୀମା ପ୍ରିମିୟମ ରାଶି 57 ଲକ୍ଷ 72 ହଜାର 150 । ଭୁବନେଶ୍ଵର ଗୋଠପାଟଣାରେ ଥିବା 5 ତାଲା କୋଠା ଠାବ । କୋଠାର ସରକାରୀ ଦାମ 3 କୋଟି 89 ଲକ୍ଷ 60 ହଜାର । 25ଟି ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ମୂଲ୍ୟ 3 କୋଟି 41 ଲକ୍ଷ 58 ହଜାର ।