ସୁନ୍ଦରଗଡରେ ସୁନା ବ୍ୟବସାୟୀଙ୍କୁ ଗୁଳି
ନୂଆଦିଲ୍ଲୀ: ରାଜ୍ୟରେ ଗୋରୁ ଚାଳାଣ ଦିନକୁ ଦିନକି ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଏକ ଦୁଃଖଦ ଘଟଣା ଆଜି ବାଲେଶ୍ୱରରେ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଗୋଟିଏ ଗୋରୁ ଭର୍ତ୍ତି ଟ୍ରକ ଆଜି ଦୁର୍ଘଟଣାର ଶିକାର ହୋଇଛି। ଯେଉଁଥିରେ 25ରୁ 30 ଜଣ ଗାଇଙ୍କ ମୃତ୍ୟ ହୋଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦୁଃଖ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଅନେକ ସମୟରେ ଲୋକେ ଖବର ଦେଉଛନ୍ତି ହେଲେ ପୋଲିସ ବିଭାଗ ଏଥିପ୍ରତି ଯତ୍ନ ନେଉ ନାହାନ୍ତି। ରାଜ୍ୟରେ ପଶୁର ସୁରକ୍ଷା ପାଇଁ ହୋଇଥିବା ଆଇନ ସଠିକ ରୂପେ କାର୍ଯ୍ୟକାରୀ ହେଉନାହିଁ। ଅନୁସନ୍ଧାନରୁ ଜଣାପଡୁଛି ଏଥିପାଇଁ ଏକ ରାକେଟ କାମ କରୁଛି। ପେଟ୍ରୋଲିଂ କଡ଼ାକଡ଼ି କରାଯାଉ ନାହିଁ।
ବିଜୁବାବୁଙ୍କ ସମୟରେ ଯେଉଁ ଆଇନ ବିଧାନସଭାରେ ପାରିତ ହୋଇଥିଲା ତାହା କାର୍ଯ୍ୟକାରୀ ହେଉନାହିଁ। ପ୍ରତାପ ଷଡଙ୍ଗୀ ଗୋହତ୍ୟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।