ଦେଖାଇଛନ୍ତି ବଦାନ୍ୟତା । ଜୀବନ ପ୍ରଥମ, ପ୍ରଚାର ପଛ । ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୋଗରାଇ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ନନାଙ୍କ ମଣିଷ ପଣିଆ ଦେଖି ସମସ୍ତେ ହାତ ଯୋଡିଛନ୍ତି।
ଆଜି ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ରାସ୍ତାରେ ଏକ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଜଣେ ବୃଦ୍ଧ। ତାଙ୍କ କଥା ଶୁଣି ପ୍ରଚାର ବନ୍ଦ କରି ଉକ୍ତ ସ୍ଥାନକୁ ଯାଇ ତତ୍କାଳୀନ ଆମ୍ବୁଲାନ୍ସର ବ୍ୟବସ୍ଥା କରି ହସ୍ପିଟାଲକୁ ପଠେଇଥିଲେ ସାଂସଦ ପ୍ରତାପ ଷଡଙ୍ଗୀ। ପରେ ପୁନଶ୍ଚ ପ୍ରଚାରରେ ଯାଇଥିଲେ। ଏ ଘଟଣା ପ୍ରଚାର ହେଲାପରେ ସ୍ଥାନୀୟ ଅଞ୍ଚଳରେ ସାଂସଦଙ୍କୁ ପ୍ରଶଂସାର ସୁଅ ଛୁଟିଛି।