ଶ୍ରୀମନ୍ଦିରରେ କ’ଣ ହୁଏ : ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ତାଙ୍କଠାରୁ ବଡ଼ କେହି ନାହିଁ । ଏଇଥିପାଇଁ, ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ମାର୍ଗଶିର କୃଷ୍ଣ ଉଦୟବ୍ୟାପିନୀ ଅଷ୍ଟମୀ ତିଥରେ ଅନୁଷ୍ଠିତ ହୋଇଥାଏ । ଏହି ଦିନ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ ହୁଏ । ଠାକୁରେ ବସ୍ତ୍ର ଆଉ ପୁଷ୍ପ ଅଳଙ୍କାର ବଦଳାଇଦିଅନ୍ତି । ପୂଜାପଣ୍ଡା ସେବକ ମହାସ୍ନାନ ବଢାନ୍ତି ।
ମହାସ୍ନାନ ପରେ ପୁଷ୍ପାଳକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି । ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରି ଥାନ୍ତି । ଚନ୍ଦନଲାଗି ବଢ଼ିଲେ ଠାକୁରମାନଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ବେଶ କରାଯାଏ । ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରନ୍ତି । ମଧ୍ୟାହ୍ନ ଧୂପ ଉଠିଲେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୁଏ । ପାଠକଙ୍କୁ କହିବାକୁ ଚାହୁଁଛୁ ଯେ, ଏହି ଫୁଲଫୁରିଆ ଖଦି ଏହି ପ୍ରଥମାଷ୍ଟମୀରେ ହିଁ ଦିଅଁଙ୍କୁ ଲାଗି ହୁଏ ।
ଏହାପରେ ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିଅନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ, ଓରିଆ, ମୁଗଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇଥାଏ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।