ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଭଟଲି ରେଞ୍ଜର ସୁଦୀପ୍ତ ସାହୁ ତାଙ୍କୁ whatsap ରେ କଲ କରି ବନ ବିଭାଗ ଅଧିନରେ ହେବାକୁ ଥିବା ଉନ୍ନୟନ ମୂଳକ କାମ ନକରି କେବଳ କାଗଜ ପତ୍ରରେ ବିଲ ବନେଇ ୨୫ % ପିସି ଦେବାକୁ ବାରମ୍ବାର କଲ କରୁଥିଲେ। ଯେଉଁଥିପାଇଁ ଫରେଷ୍ଟର ପ୍ରୟାଗ ପ୍ରଧାନ ରାଜି ହୋଇନଥିଲେ ଏବଂ ବରଗଡ dfoଙ୍କୁ ରେଞ୍ଜରଙ୍କ ବିରୁଦ୍ଧରେ ଏକ ଚିଠି ଲେଖି ଜଣାଇଥିଲେ । କିନ୍ତୁ ବରଗଡ dfo ସନ୍ଦୀପ ପତ୍ରି ଏହି ଅଭିଯୋଗକୁ ଅଣଦେଖା କରି ଓଲଟା ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ଯାହାର ପ୍ରତିବାଦରେ ଆଜି ଫରେଷ୍ଟ ଅଫିସ ସମ୍ମୁଖରେ ଫରେଷ୍ଟର ପ୍ରୟାଗ ପ୍ରଧାନ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଆମ୍ବ ବିକ୍ରି କରୁଛି ବୋଲି କହିଛନ୍ତି। ଅନ୍ୟ ପଟେ ବରଗଡ dfo ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଛନ୍ତି କାର୍ଯ୍ୟରୁ ଅବହେଳା ଯୋଗୁ ପ୍ରୟାଗଙ୍କୁ ନିଲମ୍ବିତ କରାଯାଇଛି। ହେଲେ ପିସି ଅଭିଯୋଗ ବାବଦରେ ତଦନ୍ତ ହେବ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
ଆମ୍ୱ ବିକୁଛନ୍ତି ନିଲମ୍ୱିତ ଫରେଷ୍ଟର

ଅର୍ଗସ ବ୍ୟୁରୋ: ବରଗଡ ବନ ବିଭାଗ ଅଧିନରେ ଥିବା ଭଟଲି ରେଞ୍ଜର ଫରେଷ୍ଟର ପ୍ରୟାଗ ପ୍ରଧାନ ଏବେ ବରଗଡ ଫରେଷ୍ଟ ଅଫିସ ସମ୍ମୁଖରେ ଆମ୍ବ ବିକ୍ରି କରି ପ୍ରତିବାଦ କରିଛନ୍ତି। ବିନା କାରଣରେ ଚାକିରିରୁ ନିଲମ୍ବିତ କରାଯାଇଥିବା ଅଭିଯୋଗ ନେଇ ଶେଷରେ ପରିବାର ଚଳାଇବା ପାଇଁ ବରଗଡ଼ ଡିଏଫଓ ଅଫିସ ସମ୍ମୁଖ ରାସ୍ତାକଡ଼ରେ ଠେଲାରେ ଆମ୍ବ ବିକୁଥିବା ଦେଖିବାକୁ ମିଳିଛି। ବରଗଡ଼ ଡିଏଫଓଙ୍କ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଯୋଗୁଁ ତାଙ୍କୁ ଆକ୍ରୋସ ମୂଳକ ଭାବେ କାର୍ଯ୍ୟରୁ ଗତ ୭ ତାରିଖ ଦିନ ନିଲମ୍ବିତ କରିଥିବା କହିଛନ୍ତି ପ୍ରୟାଗ।
3 ଦିନ ପାଇଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ବନ୍ଦ

କୋରାପୁଟ: କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ୩ ଦିନ ପାଇଁ ବନ୍ଦ I ପ୍ରକଳ୍ପର ଡି .ଡ୍ୟାମ, ଜୋଲାପୁଟ ଡ୍ୟାମ ଏବଂ ଟି.ପି .ଡ୍ୟାମର ଜଳ ନିଷ୍କାସନକୁ ବନ୍ଦ କରାଯାଇଛି । ଜଳ ବିଦ୍ୟୁତ ପ୍ରକଳ୍ପର ପୁରୁଣା ଯନ୍ତ୍ରାଂସ ଗୁଡିକ ବଦଳାଇ ନବୀକରଣ ପାଇଁ ଅନୁଧ୍ୟାନ ଆରମ୍ଭ କରିଛି ଟାଟା କମ୍ପାନୀ । ଆଜି ସକାଳ ୯ଟାରୁ ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ ବନ୍ଦ୍ କରାଯାଇଛି
Download Argus News App
