ତେଣୁ ରାଜବୀରଙ୍କ ପିତାମାତା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି। ନିକଟରେ ପିତାମାତା ଦୁହେଁ ନବୀନ ନିବାସ ସମ୍ମୁଖରେ ପୁଅର ଜୀବନ ଭିକ୍ଷା କରିଥିବା ବେଳେ କିଛିଦିନ ତଳେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଭେଟି ସହଯୋଗ କାମନା କରିଥିଲେ। ସୋନ ସୁଦ୍ ମଧ୍ୟ ସୋସିଆଲ ମିଡିଆରେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବୈଦିକ ପରିଷଦ ପକ୍ଷରୁ ଆର୍ଥିକ ସହଯୋଗ କରାଯାଇନପାରିଲେ ମଧ୍ୟ ରୁଦ୍ରାଭିଷେକ ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇ ରାଜବୀରଙ୍କ ଆରୋଗ୍ୟ କାମନା କରାଯାଇଛି।
ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବୈଦିକ ପରିଷଦର ସଭାପତି ସୁଧାକର ମିଶ୍ର, ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ, ତପନ ପଣ୍ଡା, ଜ୍ୟୋତିକାନ୍ତ ତ୍ରିପାଠୀ, ସମୀର କୁମାର ଦାଶ, ସୌମ୍ୟରଂଜନ ଆଚାର୍ୟ୍ୟ, ରାଜେଶ କୁମାର ମହାପାତ୍ର ପ୍ରମୁଖ ରୁଦ୍ରାଭିଷେକ କରିଥିଲେ।