ସରକାରଙ୍କ ଏତେ ବର୍ଷର ଶାସନ ପରେ ବି ଏଠି ଗାଁ ନାହିଁ ରାସ୍ତା।ଯେଉଁଥିପାଇଁ ଖଟିଆରେ ବୁହାହେଉଛନ୍ତି ଗର୍ଭବତୀ। ରାଜ୍ୟର ଅନେକ ସ୍ଥାନରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସୁଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଖଟିଆରେ ୧୫କିଲୋମିଟର ବୁହାହେଲେ ଗର୍ଭବତୀ

ଅର୍ଗସ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ଖଟିଆରେ ବୁହାହେଲେ ଗର୍ଭବତୀ। କଳାହାଣ୍ଡିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି।15 କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଜିଲ୍ଲାର ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି ରାସ୍ତାଘାଟର ସୁବିଧା ନଥିବାରୁ ବୁହା ହେଉଛନ୍ତି ଗର୍ଭବତୀ। ଆଜି ଜଣେ ଗର୍ଭବତୀଙ୍କୁ ୧୫ କିଲୋ ମିଟରରୁ ଅଧିକ ଜଙ୍ଗଲି ରାସ୍ତାରେ ଖଟିଆରେ ବୋହିଛନ୍ତି ଗ୍ରାମବାସୀ।ଅଞ୍ଜଳୀ ହରିଜନଙ୍କୁ ବୋହି ସେଠାରୁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୋଟ ଆମ୍ବୁଲାନ୍ସ ମାଧ୍ୟମରେ ନବରଙ୍ଗପୁର ତେନ୍ତୁଳଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Download Argus News App
