ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଗୋଟେ କିଲୋମିଟର ଦୂର ଖଟିଆ ରେ ବୁହା ହେଇ ଦୁଇ ଦୁଇଟି ନାଳ ପାର ହେବା ପରେ ଆମ୍ବୁଲାନ୍ସ ରେ ଡାକ୍ତରଖାନା ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନା କୁ ଆସିଛି ତେଲକୋଇ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅନ୍ତର୍ଗତ ଗୁରୁମ ଚାନ୍ଦପଶି ମୁଣ୍ଡା ସାହି ରେ । ଘଟଣା ଅନୁଯାଇ ଗୁରୁବାର ଏହି ଗ୍ରାମ ର ଧୁବେଇ ମୁଣ୍ଡା ଙ୍କ ସ୍ତ୍ରୀ ମାନି ମୁଣ୍ଡା ଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ଆସି ତାଳପଦା ହାଇସ୍କୁଲ ପର୍ଯ୍ୟନ୍ତ ଯାଇ କାଦୁଅ ରାସ୍ତା ଯୋଗୁଁ ଅଟକି ଯାଇଥିଲା।
ଧୁବେଇ ସ୍ତ୍ରୀ ମାନି ଙ୍କୁ ଗାଁ ଲୋକଙ୍କ ସହାୟତା ରେ ଖଟିଆ ରେ କାନ୍ଧେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ବେଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କ ପାଇଁ ମା ଗୃହର ସୁବିଧା ରହିଛି।ପ୍ରସବ ସମୟ ଆଗରୁ ସେମାନଙ୍କୁ ସୁରକ୍ଷିତ ମାତୃତ୍ୱ ଦେବା ପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ରହିଥିଲେ ମଧ୍ୟ କାହିଁକି ଏଭଳି ପରିସ୍ଥିତି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: