ଏହି ଅବସରରେ ଉପସ୍ଥିତ ମହିଳାମାନେ ପ୍ରାକ୍ ହୋଲି ପର୍ବକୁ କରୋନା କଟକଣା ସହ ପାଳନ କରିଥିଲେ। ଏ କାର୍ଯ୍ୟକ୍ରମରେ ସଭାପତି ମଞ୍ଜୁ ନାୟକ, ଅନ୍ୟମାନଙ୍କ ଭିତରେ ନଳିନୀ ମହାପାତ୍ର, ସୁଜାତା ମହାପାତ୍ର, ନିରଜାବାଳା ଦାଶ, ସବିତା, ଖଣ୍ଡେଇ ତଥା ଅନୁଷ୍ଠାନର ଅନନ୍ୟା ମଧୁଲତା ଦାସ ଯୋଗ ଦେଇଥିଲେ। ହୋଲି ଓ ଅବୀର ସହ କାର୍ଯ୍ୟକ୍ରମ ଶେଷ କରିବା ସହିତ ଆଗାମୀ ଗ୍ରୀଷ୍ମକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା।
ଇନର୍ ହ୍ୱିଲ୍ କ୍ଲବର ପ୍ରାକ୍ ହୋଲି ସେବା ଓ ବନ୍ଧୁ ମିଳନ

ଅର୍ଗସ୍ ବ୍ୟୁରୋ : ରୋଟାରୀ “ଇନର୍ ହ୍ୱିଲ୍ କ୍ଲବ୍ ଅଫ କଟକ ସେଣ୍ଟ୍ରାଲ୍”ର ପ୍ରାକ୍ ହୋଲି ମିଳନ କଟକ ବଜ୍ରକବାଟୀଠାରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ “ଇନର୍ ହ୍ୱିଲ୍ କ୍ଲବ୍ ଅଫ କଟକ ସେଣ୍ଟ୍ରାଲ୍”ର ସଂପାଦିକା ଶ୍ରୀମତି ମୀନାକ୍ଷୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦରିଦ୍ର ନାରାୟଣଙ୍କୁ ବସ୍ତ୍ରଦାନ କରାଯିବା ସହ ଆଗାମୀ ସମୟରେ କଟକ ସେଣ୍ଟ୍ରାଲ୍ରେ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କ ଚକ୍ଷୁ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
Download Argus News App
