ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଘଟି ମହିଳା ଜଣକ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଳିଙ୍ଗନଗର ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି
ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା । ମୃତା ମହିଳା ରେଖା ମହାନ୍ତ ବୋଲି ଜଣାପଡିଛି । ସ୍ବାମୀ ଟଙ୍କଧର ମହାନ୍ତ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପସଂସ୍ଥାରେ କାମ କରନ୍ତି ।
ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଘଟି ମହିଳା ଜଣକ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଳିଙ୍ଗନଗର ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି
ଭୁବନେଶ୍ୱର: ଖୋଲୁଛି ମଦ ସାମ୍ରାଜ୍ୟର ଗୁମର। ମଦ କମ୍ପାନୀ ମାଲିକଙ୍କ ସହ ମାଳ ମାଳ ବିଜେଡି ନେତା ଓ ମନ୍ତ୍ରୀଙ୍କ ସମ୍ପର୍କର ଖୁଲାସା ହେଉଛି। ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ସେପଟେ ଆଇଟି ରେଡରେ ଜବତ ମଦ ବେପାରୀଙ୍କ ଲାଲ୍ ଡାଏରୀକୁ ନେଇ ବଢୁଛି ଚର୍ଚ୍ଚା। ଚତୁର୍ଥ ଦିନରେ ବି ମାରାଥନ୍ ରେଡ୍। ସୁନ୍ଦରଗଡ, ବଲାଙ୍ଗିର, ଟିଟିଗଡ, ସମ୍ବଲପୁର। ଯେତେ ଖୋଳିଲେ ସେତେ ମିଳୁଛି, ବଢ଼ି ଚାଲିଛି ମଦ ସମ୍ରାଟଙ୍କ ଟଙ୍କାର ପାହାଡ଼ । ୨୫ଟି ମେସିନରେ ଟଙ୍କା ଗଣୁଛନ୍ତି ୫୦ ଜଣ SBI କର୍ମଚାରୀ । ତିନି ଟଙ୍କାରେ ଗଣାରେ ସ୍ଥିତି ଏମିତି ହେଲା ଯେ ମେସିନ୍ ବି ଫେଲ୍ ମାରିଲା । ସେଥିପାଇଁ ହାଇଦ୍ରାବାଦରୁ ଆସିଛନ୍ତି ଟେକ୍ନିସିଆନ୍। ଗତକାଲି ସୁଦପଡ଼ାର ମଦଭାଟି ମ୍ୟାନେଜର ବଣ୍ଟି ସାହୁଙ୍କ ଘରୁ ମିଳିଥିଲା ୨୦ଟି ବ୍ୟାଗ। ଯେଉଁଥିରେ ରହିଛି ୫୦ କୋଟି ଟଙ୍କା ।
ଟିଟିଲାଗଡରୁ୧୧କୋଟି ମିଳିଥିବା ବଳେ ବଲାଙ୍ଗିରରେ ୫୦କୋଟି ଗଣତି ସରିଛି । ବଲାଙ୍ଗିର ସୁଦପଡାର ଦେଶୀ ମଦଭାଟି , ବଣ୍ଟିସାହୁର ଭଡାଘର ସମେତ ଟିଟିଲାଗଡର ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଦେଶୀ ମଦଭାଟିରେ ଏବେ ବି ଆୟକର ବିଭାଗର ରେଡ୍ ଚାଲିଛି। ସେହିପରି ସୁନ୍ଦରଗଡର ମଦ ବେପାରୀ ରାଜକିଶୋର ଜୟୱାଲଙ୍କ ରାଣୀବଗିଚା ସ୍ଥିତ ଘର ଏବଂ ଅଫିସରେ ଚାଲିଛି ରେଡ୍। ସମ୍ବଲପୁରରେ ବଡବଜାରର ଦେଶୀ ମଦଭାଟି ଅଫିସରେ ଚାଲିଛି ରେଡ୍। ଏବେସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂନଚା। ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ୍ ଅଭିଯୋଗ। ମଦ ବେପାରୀ ଦୀପକ ସାହୁ ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଲା ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିଲା ଚର୍ଚ୍ଚା।
ଅଭିଯୋଗ, ଟୁକୁନିଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ? ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ଅଭିଯୋଗ। ସେହିପରି ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି।
ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଏଡାଇ ଚାଲିଯାଇଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର । ପୂର୍ବତନ ଆୟକର ଅଧିକାରୀଙ୍କ ମତରେ ଯଦି ଜବତ ଟଙ୍କାର ଉତ୍ସ ବିଷୟରେ ସନ୍ତୋଷ ଜନକ ଉତ୍ତର ନମିଳେ ତେବେ ଜବତ ଟଙ୍କାର 78 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ଏବଂ 78 ପ୍ରତିଶତ ଉପରେ ପୁଣି 300 ପ୍ରତିଶତ ପେନାଲଟି ମଧ୍ୟ ଦେବାକୁ ପଡିବ।
ଶହ ଶହ କୋଟିର ମଦ ଘୋଟାଲାରେ ମିଳିଥିବା ଲାଲ୍ ଡାଏରୀ ଉପରେ ସମସ୍ତଙ୍କର ନଜର। ଲାଲ ଡାଏରୀ ଖୋଲିବ କି ମଦ ସାମ୍ରାଜ୍ୟର କଳା ଗୁମର ? ଲାଲ ଡାଏରୀରେ ଲୁଚିଛି କି ବଡ ସତ ? କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ସୋମବାର ଘୋଷଣା ହୋଇପାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ନାଁ । ସୋମବାର ଦିନ ବିଜେପିର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ପାଇଁ ବିଜେପି ପର୍ଯ୍ୟବେକ୍ଷକ ମନୋହର ଲାଲ ଖଟ୍ଟର। ନଭେମ୍ବର ୧୭ ତାରିଖରେ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗତ ରବିବାର ପ୍ରକାଶ ପାଇଥିଲା।
ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୬ଟି ଆସନରେ ସୀମିତ ରହିଥିଲା। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରାଙ୍କୁ ମଧ୍ୟପ୍ରଦେଶରେ ଦଳର ବିଧାୟକ ଦଳର ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସ ର ରୁପରେଖ।ମାଟିରେ ମିଶିଵ ବ୍ରିଟିସ୍ ଅମଳର କୋଠା।ଗଞ୍ଜାମ ବାର ଏସୋସିଏସନ ର ଇତିହାସ କୁହାଯାଉଥିବା ସର୍ଵପୂରାତନ କୋଠା ମାଟିରେ ମିଶିଯିବ। ଯାହାକୁ ନେଇ ଆରମ୍ଭ ହୋଇଛି ସମସ୍ତ ଯୋଜନା।ବ୍ରିଟିଶ ଅମଳର ଐତିହ୍ୟ ମାଟିରେ ମିଶିଯିବା କୁ ଗଞ୍ଜାମ ବାରରେ ଥିବା କିଛି ବରିଷ୍ଠ ଆଇନଜୀବୀଙ୍କ ମନରେ ଟିକେ କ୍ଷୋଭ ରହିଥିବା ଜଣାପଡିଛି। କିନ୍ତୁ କୋର୍ଟ ପରିସରରେ ସ୍ଥାନ ଅଭାବ ହେଉ ଅବା ଓକିଲଙ୍କ ସଂଖ୍ୟା ବୃଦ୍ଧି କିମ୍ବା ବାର ଆସୋସିଏସନ ର ସଂପ୍ରସାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଏନେଇ ଗଞ୍ଜାମ ବାର ଅଶୋସିଏସନ ଏବଂ ଜିଲ୍ଲା ଦୌରା ଜଜ୍ ଙ୍କ ତରଫରୁ ଦୁଇଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।
ବୈଠକରେ କୋର୍ଟ ବିଲ୍ଡିଂ ର ନବୀକରଣ ଏବଂ ସଂପ୍ରସାରଣ ପାଇଁ ଆଲୋଚନା ହୋଇଛି।ପରେ ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରି କୋଠାକୁ ଭଙ୍ଗାଯିବ।ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ।ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ।ଏଥିପାଇଁ ଗଞ୍ଜାମ ବାର ଆସୋସିଏସନ ର ସମସ୍ତ ସଦସ୍ୟଙ୍କ ସହମତି ଥିଲେ ମଧ୍ୟ ପୁରୁଣା SDJM କୋର୍ଟ ବ୍ରିଟିଶ ଅମଳ ର ହୋଇଥିବା ଯୋଗୁଁ ଇତିହାସକୁ ମାଟିରେ ମିଶିଯିବା କୁ ନେଇ କିଛି ଆଇନଜୀବୀ ଙ୍କ ମନରେ ଦୁଃଖ ଥିବା ସହିତ କେବଳ ପୁରୁଣା SDJM କୋର୍ଟକୁ ଇତିହାସର ମିଉଜିୟମ ରଖି ବାକି ସ୍ଥାନରେ ଅତ୍ୟାଧୁନିକ କୋଠା କରିଥିଲେ ଭଲ ହୁଅନ୍ତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ସେପଟେ ଯୋଜନା ମୁତାବକ 10ହଜାର ବର୍ଗଫୁଟ ପରମିତ ଜାଗାରେ 4ମହଲା କୋଠା ବିଶିଷ୍ଟ ପାଇଁ 20କୋଟି ଟଙ୍କା ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି।ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କଂଫେରେନ୍ସ ହଲ ସହିତ ଲିଫ୍ଟ ନିର୍ମାଣ କରାଯିବ।ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି।ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ ରଖାଯାଇଛି।ତେବେ ଗଞ୍ଜାମ ବାର ଆସୋସିଏସନ ରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: