ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ 865 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ 796 ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ 796 ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ 62 ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଂଚି ଥିବାବେଳେ ବଳକା 734 ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ । ଆସନ୍ତା 21ରେ ଶ୍ରୀରାମ ନବମୀଠୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ।
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ରଥ ଗଢା ପାଇଁ ପହଞ୍ଚିଲା 13ଟି ଫାସୀ କାଠ
ପୁରୀ: ଆସନ୍ତା ଜୁଲାଇ 12 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ ବନଖଣ୍ଡରୁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି । ଏଥିରେ ସମୁଦାୟ 13ଟି ଫାସୀ କାଠ ରହିଛି ।
Download Argus News App
