ଏହି ବୈଠକ ପୁର୍ବରୁ ଜିଲ୍ଲାର ବିଭିନ୍ନ ବିଭାଗକୁ ଚିଠି କରାଯାଇଛି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ତରଫରୁ ଆଗତ ଏହି ଚିଠିରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଉଛି । ଆଗକୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ଵୟ ବୈଠକ ପୂର୍ବରୁ ଜିଲ୍ଲାସ୍ତରରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି ।
ଅକ୍ଷୟ ତୃତୀୟା,ସ୍ନାନ ପୂର୍ଣ୍ଣିମା ରଥଯାତ୍ରା,ବାହୁଡା,ସୁନାବେଶ ଭଳି ପ୍ରମୁଖ ଦିନ ଗୁଡିକରେ କିଭଳି ଭାବରେ ନୀତି ଶୃଙ୍ଖଳିତ ହୋଇପାରିବ ଏବଂ ସୁରକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସମସ୍ତ ବିଭାଗ ନିଜର ଦାୟିତ୍ୱ ନିର୍ବାହ କରିବେ ସେନେଇ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମ ଆକଳନ କରାଯାଉଥିବାବେଳେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପାନୀୟ ଜଳ, ବିଦ୍ୟୁତ୍ ଓ ପରିମଳ,ଆମ୍ବୁଲାନ୍ସ ମୁତୟନ,ଆମ୍ବୁଲାନ୍ସ, ଆଶୁ ଚିକିତ୍ସା କେନ୍ଦ୍ର,ମହାମାରୀ ନିରାକରଣ, ଜଳ ବିଶ୍ଳେଷଣଗାର ଓ ଖାଦ୍ୟ ଅପମିଶ୍ରଣରେ ରୋକ,ଆଲୋକୀକାରଣ ଇତ୍ୟାଦି ବିଭିନ୍ନ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ,ପୌରପାଳିକା,ସ୍ୱାସ୍ଥ୍ୟ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ ଏହି ପ୍ରଥମ ପ୍ରସ୍ତୁତି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ରହିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ