ସେପଟେ ଶ୍ରୀମନ୍ଦିରରେ ଗତକାଲି ମହାପ୍ରଭୁଙ୍କ ବିବାହ ନୀତି ପରେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କ ଗୁଆଲି ନୀତି ଅନୁଷ୍ଠିତ ହେଵ । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ। ଏପଟେ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସ୍ନାନଯାତ୍ରା ପୂର୍ବରୁ ଚାରିନାହାକା ଉଠିଥିବା ବେଳେ ପୋଲ ଗୟଳ, ଛନ୍ଦା ଗୟଳ, କତରା, ଧୂଳିଦଣ୍ଡା, ତିନି ପରସ୍ତ ଭୂମି କାମ କରାଯିବା ସହ 14 ନାହାକା କାମ ଶେଷ ହୋଇଥିବା ମହାରଣା ସେବାୟତ କହିଛନ୍ତି ।
ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଥିବାରୁ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ରହିବ।