ସେପଟେ ସରିଛି ସାତଟି ଦ୍ୱାରର ରୂପା ଛାଉଣି କାମ । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ, ଭୋଗମଣ୍ଡପ, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ହୋଇଥିବାବେଳେ କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପା ଛାଉଣି ।
ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୂପା ଛାଉଣି କରାଯିବ । ପ୍ରାୟ ୧୧ଟି ବାକ୍ସରେ ରହିଛି ପାଞ୍ଚ ଶହ କେଜିର ରୂପା । ଯେହେତୁ କଳାହାଟ ଦ୍ୱାରର ରୂପାଛାଉଣି କାମ ଆରମ୍ଭ ହେବାକୁ ଆହୁରି ୯-୧୦ ମାସ ସମୟ ରହିଛି । ତେଣୁ ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗରୁମରେ ରୂପା ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ ।