ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ। କମିଶନରେଟ ପୋଲିସ୍, ବିଏମସି, ରାଜନୈତିକ ଦଳ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ବ୍ରାହ୍ମଣ ନିଯୋଗ ,ବଡୁ ନିଯୋଗ ଓ ପୂଜା ପଣ୍ଡା ନିଯୋଗକୁ ନେଇ ବୈଠକ ଅନୁଷ୍ଠିତ। ରାତି ୧୦ ଟା ସୁଦ୍ଧା ମହାଦୀପ ଉଠିବା ନେଇ ବୈଠକରେ ଆଲୋଚନା ହୋଇଛି। ଏନେଇ ସମସ୍ତଙ୍କ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ ଓ ପ୍ରଶାସନ। ଜାଗର ପ୍ରସ୍ତୁତି ବୈଠକରେ ପାନୀୟ ଜଳଯୋଗାଣ, ଶୌଚାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉତ୍ଥାପନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଭିଡକୁ ନଜରରେ ରଖି ପାର୍କିଂ, ବାରିକେଡ, ମନ୍ଦିର ପ୍ରବେଶ ନେଇ ଗେଟ ଓ ମୋବାଇଲ ଟଏଲେଟ ଉପରେ ଗୁରୁତ୍ୱ ଦିଆଯାଇଛି। ମହାଦୀପ ଉଠିବା ପରେ ଟ୍ରାଫିକ, ଲୋକଙ୍କ ସୁରକ୍ଷା ଉପରେ ରହିବ ପୋଲିସ ର ନଜର। ସୁରକ୍ଷା ଲାଗି ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।
ତେବେ ଶିବରାତ୍ର ପୂର୍ବ ଦିନ ସୁରକ୍ଷା ଓ ପୋଲିସ କର୍ମଚାରୀଙ୍କ ଦ୍ୱାୟିତ ନେଇ ପୋଲିସ ପକ୍ଷରୁ ସମୀକ୍ଷା କରାଯିବା। ଏଥିସହ ଚଳିତ ବର୍ଷ ପ୍ରବଳ ଭିଡ ହେବାକୁ ଥିବା ଅନୁମାନ କରାଯାଉଥିବା ବେଳେ ଭଜନ ସମାରୋହ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା। ଯୋଗ ଦେବେ ବମ୍ବେ କଳାକାର। ବାବୁଲ ସୁପ୍ରୀୟୋ ଏବଂ ଅନୁରାଧା ପଡୁୱାଲ ସାଜିବେ ମୁଖ୍ୟ ଆକର୍ଷଣ। ଅନ୍ୟପଟେ ବହୁ ସମସ୍ୟା ଘେରରେ ଲିଙ୍ଗରାଜ ମନ୍ଦିର ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବ୍ରାହ୍ମଣ ନିଯୋଗ।